Report Card Odisha

| Daily Odia News

ଆସିଲା ସର୍ଭେ ରିପୋର୍ଟ,କେନ୍ଦ୍ର ସରକାରଙ୍କ ଉପରେ ଖୁସି ନାହାଁନ୍ତି ଜନତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଦେଶରେ ନିର୍ବାଚନ ଫଳାଫଳ କଣ ହେବ ସେନେଇ ଏବିପି ଓ ସି ଭୋଟର ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ଜନତା କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି। ଦେଶରେ ନିର୍ବାଚନ ପରିବେଶ ସରଗରମ ଥିବାବେଳେ ମହାରାଷ୍ଟ୍ରର ଲୋକଙ୍କ ମନରେ କଣ ରହିଛି ତାହା ଜାଣିବାକୁ ସର୍ଭେ ଜରିଆରେ ପ୍ରୟାସ କରାଯାଇଥିଲା। ସର୍ଭେରେ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଆପଣ କେତେ ସନ୍ତୁଷ୍ଟ ରହିଛନ୍ତି। ଏହି ସର୍ଭେରେ ମହାରାଷ୍ଟ୍ରର ୩୫ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା କହିଛନ୍ତି। ମାତ୍ର ୩୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବାବେଳେ ୨୭ ପ୍ରତିଶତ ଲୋକ କମ୍‌‌ ସନ୍ତୁଷ୍ଟ ଅଛନ୍ତି। ଆଉ ୫ପ୍ରତିଶତ ଲୋକ କହିଛନ୍ତି ଯେ ଏହି ବିଷୟରେ ସେମାନେ କିଛି ଜାଣିନାହାଁନ୍ତି। ଅନ୍ୟପଟେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କେତେ ସନ୍ତୁଷ୍ଟ ବୋଲି ପ୍ରଶ୍ନରେ ୪୬ ପ୍ରତିଶତ ଲୋକ ଅତ୍ୟନ୍ତ ସନ୍ତୁଷ୍ଟ ଥିବା କହିଛନ୍ତି। ୨୯ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଏବଂ ୨୩ ପ୍ରତିଶତ ଲୋକ କମ ସନ୍ତୁଷ୍ଟ ଥିବା ଦର୍ଶାଇଛନ୍ତି। ଆଉ ୨ ପ୍ରତିଶତ କିଛି ଜାଣିନାହାଁନ୍ତି। ଆଗାମି ନିର୍ବାଚନରେ ପ୍ରଧାନମନ୍ତ୍ରୀ ଭାବେ ଲୋକେ କାହାକୁ ଦେଖିବାକୁ ଚାହାଁନ୍ତି ବୋଲି ପ୍ରଶ୍ନରେ ୬୦ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଥିବା ବେଳେ ୨୭ ପ୍ରତିଶତ ଲୋକ ରାହୁଲ ଗାନ୍ଧୀ ଉପଯୁକ୍ତ ବୋଲି ମତ ରଖିଥିଲେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ଦୁଇଜଣରୁ କେହି ଦାବିଦାର ନୁହଁନ୍ତି ବୋଲି ୭ ପ୍ରତିଶତ ଲୋକ ମତ ଦେଇଥିଲେ। ଏପ୍ରିଲ ୧ରେ ଏବିପି ଓ ସି ଭୋଟର ପକ୍ଷରୁ ମହାରାଷ୍ଟ୍ର ଓ ବିହାରରେ ଏହି ସର୍ଭେ କରାଯାଇଥିଲା। ଏପ୍ରିଲ ୯ ମଧ୍ୟରେ ହୋଇଥିବା ସର୍ଭେରେ ୨ହଜାର ୬୦୦ ଲୋକ ପାଖାପାଖି ଭାଗ ନେଇ ନିଜର ମତାମତ ରଖିଥିଲେ।

 

Breaking News