ରିପୋର୍ଟ କାର୍ଡ / ମାଲକାନଗିରି
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଘଟିଛି ମର୍ମନ୍ତୁଦ ବସ୍ ଦୁର୍ଘଟଣା। ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ସରକାରୀ ବସ୍ ଆଗରେ ଯାଉଥିବା ଏକ ଟ୍ରକ୍କୁ ଧକ୍କା ଦେଇଛି | ଫଳରେ ବସ୍ ରେ ଥିବା ୧୬ ଯାତ୍ରୀ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ସୂଚନା ଅନୁସାରେ-ଗତକାଲି ସନ୍ଧ୍ୟା ସମୟରେ ମାଲକାନଗିରିରୁ ଏକ ବସ୍ ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ଏହି ବସ୍ଟି ଶ୍ରୀକାକୁଲମ ହୋଇ ଭୁବନେଶ୍ୱର ଅଭିମୁଖେ ଯାଇଥାଏ। ଗାଡ଼ିଟି ପ୍ରାୟ ୩ଶହ କିମି ଅତିକ୍ରମ କରି ସାରିବା ପରେ ବିଳମ୍ବିତ ରାତିରେ ଶ୍ରୀକାକୁଲମରେ ପଶିଥିଲା। ଏହାପରେ ଶ୍ରୀକାକୁଲମରେ ଜାତୀୟ ରାଜପଥ ଦେଇ ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..