Report Card Odisha

| Daily Odia News

ଟ୍ରକ କୁ ପିଟିଲା ଟ୍ରେଲର,ଡ୍ରାଇଭର ଜୀବନ୍ତ ଦଗ୍ଧ…..

ରିପୋର୍ଟ କାର୍ଡ / ଯାଜପୁର

ଜାରକା ଦେଉଳିଠାରେ ଟ୍ରକ ଏବଂ ଟ୍ରେଲର ଦୁର୍ଘଟଣା ଫଳରେ ଡ୍ରାଇଭରର ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜାରକା ଦେଉଳି ଦେଇ ଧର୍ମଶାଳା ରୋଡରେ ଯାଉଥିବା ଟ୍ରେଲର ଗୋଟିଏ ଲୁହାଛଡ ଟ୍ରକକୁ ପଛପଟୁ ପିଟିଥିଲା । ଯାହାଫଳରେ ଉଭୟ ଗାଡିର ବିସ୍ଫୋରଣ ହୋଇଥିଲା । ଫଳରେ ଉଭୟ ଗାଡିର ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ଜିଅନ୍ତା ଜଳିଯାଇଥିବା ଡ୍ରାଇଭରଙ୍କ ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ଏହାପରେ ଉଭୟ ଗାଡିର ମାଲିକଙ୍କ ସହ ଯୋଗାଯୋଗ କରାଯାଉଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

 

Breaking News