ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଟ୍ରକ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ଼ରୁ ଭୁବନେଶ୍ବର ଯାଉଥିବା ଏକ ବସ୍ ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ି ରାସ୍ତା କଡରେ ଠିଆ ହୋଇଥିଲେ। ବସର ଚକା ବଦଳାଯାଉଥିଲା। ତେବେ ହଠାତ ଏକ ଦ୍ରୁତଗାମୀ ଟ୍ରକ୍ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଆହତମାନଙ୍କ ମଧ୍ୟରୁ ରେଢ଼ାଖୋଲ ହସ୍ପିଟାଲରେ ୨ ଓ କିଶୋରନଗରରେ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ଜଣେ ଗୁରୁତର ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୋଲିସ ଘଟରାର ତଦନ୍ତ ଚଳାଇଛି।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..