ରିପୋର୍ଟ କାର୍ଡ / ବଲାଙ୍ଗିର
ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଯାଇଛି OSRTC ବସ୍। ଦୁର୍ଘଟଣାରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିଛି ବଲାଙ୍ଗିର ସୋନପୁର ରାସ୍ତାର ଭଦ୍ରାପାଲି ଛକ ନିକଟରେ | ମୃତକ ଦ୍ୱୟଙ୍କର ପରିଚୟ ମିଳିନାହିଁ। ଆଜି ଭୋର ସମୟରେ OSRTC ବସ୍ଟି ଫୁଲବାଣୀରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଭଦ୍ରାପାଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ପୁଇଁତଳା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ OSRTC ବସ୍ ଓ ତା’ର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..