ରିପୋର୍ଟ କାର୍ଡ / କଟକ
ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି ସ୍କୁଲ ବସ୍ । କଟକ ଚୌଦ୍ବାର ପୋଟଲେଇ ନିକଟରେ ରାସ୍ତା କଡକୁ ଘରୋଇ ସ୍କୁଲ ବସ୍ଟି ଖସିପଡିବାରୁ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଚୌଦ୍ଵାରରୁ ମଣ୍ଡପଡ଼ାକୁ ଯାଉଥିବା ବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୌଦ୍ବାର ପୋଟଲେଇ ନିକଟରେ ଭାରସାମ୍ୟ ହରାଇ ଘରୋଇ ସ୍କୁଲ ବସ୍ଟି ରାସ୍ତା କଡକୁ ଖସିପଡିଛି । ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ । ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ବସ୍ରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….