Report Card Odisha

| Daily Odia News

ଘନ କୁହୁଡ଼ି ହେଲା କାଳ,ଓଲଟିଲା ବୋଲେରୋ……

ରିପୋର୍ଟ କାର୍ଡ / ଜଗତସିଂହପୁର

ନଦୀ ବନ୍ଧରୁ ଭାରସାମ୍ୟ ହରାଇ ତଳକୁ ଖସି ଓଲଟି ପଡ଼ିଲା ବୋଲେରୋ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ସମସ୍ତଙ୍କ ଘର କଟକ ବୋଲି ଜଣା ପଡିଛି | ସୂଚନା ଅନୁସାରେ-ଗତକାଲି କଟକରୁ ୮ ଜଣ ଏକ ବୋଲେରୋରେ ଜଗତସିଂହପୁରରୁ ସମ୍ପର୍କୀୟଙ୍କ ଏକାଦଶାହ ଭୋଜିରେ ଯୋଗ ଦେଇ ବିଳମ୍ବିତ ରାତିରେ ଫେରଥିଲେ | ଘନ କୁହୁଡି ହୋଇଥିବାରୁ ରାସ୍ତା ଜାଣି ପାରି ନ ଥିଲେ ଡ୍ରାଇଭର। ଫଳରେ ଓଳଗଦା ନିକଟରେ ଗାଡିଟି ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଖସି ଓଲଟି ପଡିଥିଲା ।

 

Breaking News