Report Card Odisha

| Daily Odia News

ଦୁଇ ବାଇକ ମୁହାଁମୁହିଁ ଧକ୍କା ,୪ ଗୁରୁତର….

ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗ ଶଙ୍ଖ ନିକଟରେ ଗତକାଲି ରାତିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ୪ ଜଣ ଗୁରୁତର ହୋଇଥିଲେ | ସୂଚନା ଅନୁସାରେ- ରାତ୍ର ୮ ଘଣ୍ଟ ସମୟରେ ବାଦପୋଲି ଠାରୁ କୋଦଳା ଅଭିମୁଖେ ଆସୁଥିବା ବାଇକ ସହ କୋଦଳା ଠାରୁ ବୁଢ଼ାମ୍ବ ଅଭିମୁଖେ ଯାଉଥିବା ବାଇକ ମଧ୍ୟରେ ମଠସରସିଙ୍ଗ ଶଙ୍ଖ ନିକଟରେ ଧକ୍କା ହୋଇଥିଲା | ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିଲେ | ଗୁରୁତର କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା କୋଦଳା ମେଡିକାଲ ପଠାଯାଇଥିଲା | ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ଶଙ୍କଟା ପର୍ଣ୍ଣ ହେବାରରୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି | ଏଇ ଦୁଇଜଣ ହେଲେ ବାଦର୍ଖ ପଲି ଗ୍ରାମର ରାଜା ସ୍ୱାଇଁ ଓ ଅନ୍ୟ ଜଣେ ହେଲେ ଚାମ୍ପେଇତ ପୁର ଗ୍ରାମର ବାଦଲ ରାଉତ | ଅନ୍ୟ ଦୁଇଜଣ ହେଲେ କନ୍ଦିୟା ଗ୍ରାମର ତନୁଜେନା ଓ ବାଦ ପୋଲି ଗ୍ରାମର ରାଜା ସ୍ୱାଇଁ,ଓ ଶମ୍ଭୁ ସ୍ୱାଇଁ | ତନୁ ଜେନାଙ୍କୁ କନ୍ଦିୟା ଛାଡିବା ପାଇଁ ଆଣୁଥିବା ସମୟରେ ବିପରୀତ ଦିଗ ବାଦଲ ରାଉତ ନିଜ ଗ୍ରାମ ଚାମ୍ପେଇତ ପୁରୁ ଯାଉଥିବା ସମୟରେ ଏଇ ଦୃଘଟଣା ହୋଇଥିଲା |

Breaking News