ରିପୋର୍ଟ କାର୍ଡ / ଫୁଲବାଣୀ
କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାହାବାଡ଼ି ନିକଟରେ ଆଜି ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଦୁର୍ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଏକ ଜନ୍ମଦିନ ଭୋଜିରେ ଯୋଗଦେଇ କାରରେ ଫେରୁଥିବା ବେଳେ ତାହା ଖରାପ ହୋଇଯିବାରୁ ରାସ୍ତା ଉପରେ ଅଟକି ଯାଇଥିଲା। ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ସେହି କାରକୁ ପଛପଟୁ ଧକ୍କା ଦେଇଥିଲା। ଆହତମାନଙ୍କୁ ୧୦୮ ଯୋଗେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି।
More Stories
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ରେଳ ୱାଗନରୁ ୧୨ଟି ବୋମା ଜବତ…..