Report Card Odisha

| Daily Odia News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୫ ଛାତ୍ର ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଶୁକ୍ରବାର ଏକ କାର୍‌‌ ଅନ୍ୟ ଦୁଇ ବାହନ ସହ ଦୁର୍ଘଟଣା ହୋଇଥିଲା । ୫ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ସିନ୍ନର ନିକଟରେ ମୋହଦରୀ ଘାଟି ନିକଟରେ ଘଟିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କଲେଜରେ ପାଠ ପଢୁଥିବା ଆଠ ଜଣ ଛାତ୍ର ଏକାଠି ନାସିକ ରୁ ସିନ୍ନର ଆଡକୁ ଯାଉଥିଲେ। ସେହି ସମୟରେ କାରଟି ଦ୍ରୁତ ଗତିରେ ଥିବା ସହ ରାସ୍ତା ପାର କରି ବିପରୀତ ଦିଗରୁ ଆସୁଥିବା ଅନ୍ୟ ଦୁଇ ଯାନ ସହ ଧକ୍କା ହୋଇଥିଲା। କାରରେ ଥିବା ଛାତ୍ରଙ୍କ ବୟସ ୧୮ ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ପାଞ୍ଚ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Breaking News