ରିପୋର୍ଟ କାର୍ଡ / ଭୁବନେଶ୍ୱର
ତାରିଣୀଦର୍ଶନ ରେ ଯାଇ ବାଟରେ ୮ ଜଣଙ୍କର ମୃତୁ ହୋଇଛି | ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୮ ଜଙ୍କର ଜୀବନ ଯାଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଇଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍ କିନ୍ତୁ ଫେରାର ହୋଇଯାଇଛି। ତେଣେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ପଛ ସିଟରେ ବସିଥିବା ଜଗଦୀଶ ଗୌଡ଼। ତାଙ୍କ କହିବା ଅନୁଯାୟୀ, ସେମାନେ ୧୮ଜଣ ଗାଡ଼ିରେ ଆସିଥିଲେ। ସୂଚନା ଅନୁସାରେ, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ଖାଇଥିଲା। ଭ୍ୟାନର ବେଗ ଅଧିକ ଥିବାରୁ ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଭ୍ୟାନରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ଲାଗି ପ୍ରଥମେ ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ସକାଳ ୫ଟା ପାଖାପାଖି ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଜଣାପଡ଼ିଛି। ଭୋର ସମୟରେ କୁହୁଡ଼ି ଥିବା ଯୋଗୁ ଡ୍ରାଇଭର କମ୍ ଦୃଶ୍ୟମାନତା ହେତୁ ରାସ୍ତାକଡ଼ରେ ଥିବା ଟ୍ରକଟିକୁ ଦେଖିପାରିନାହାନ୍ତି କିଂବା ଢ଼ୁଲାଇ ପଡ଼ିଥିବା ହେତୁ ପୂରା ବେଗରେ ଥିବା ବେଳେ ଟ୍ରକ ସହ ପିଟି ଭ୍ୟାନ୍ ହୋଇଛି ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣାରେ ଭ୍ୟାନର ସାମନା ଅଂଶଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ସମ୍ମୁଖ ଭାଗରେ ବସିଥିବା ଯାତ୍ରୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……