ରିପୋର୍ଟ କାର୍ଡ / ଝାରସୁଗୁଡା
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଶେଷ ହୋଇଛି। ତିନି ଦିନ ହେବ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଆଠ ଜଣିଆ ଦଳ ଗାନ୍ଧୀନଗରରେ କ୍ୟାମ୍ପ କରିଥିଲେ। ପୂର୍ବରୁ ପଲିଗ୍ରାଫ ଟେଷ୍ଟ ସରିିଥିବାବେଳେ ଶନିବାର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ପରେ ନାର୍କୋ ଟେଷ୍ଟ କରାଯାଇଥିଲା। ଆଜି ଗୋପାଳକୁ ଧରି କ୍ରାଇମବ୍ରାଞ୍ଚ ଦଳ ଓଡିଶା ଫେରିବ ବୋଲି ସୂଚନା ମିଳିଛି | ଅନ୍ୟପଟେ ଗୋପାଳର ରିମାଣ୍ଡ ଅବଧି ଶେଷ ହୋଇ ଆସୁଥିବାବେଳେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରୁଛି କି ନାହିଁ ତାହା ଉପରେ ରହିଛି ନଜର |






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….