Report Card Odisha

| Daily Odia News

ସନ୍ଦେହ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ କୁହାଯାଇପାରିବ ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୌଣସି ଅଭିଯୁକ୍ତଙ୍କୁ କେବଳ ସନ୍ଦେହ ଆଧାରରେ ଦୋଷୀ କୁହାଯାଇପାରିବ ନାହିଁ, ସନ୍ଦେହ ଯେତେ ଦୃଢ଼ ହୋଇଥାଉନା’ କାହିଁକି । ସୁପ୍ରିମକୋର୍ଟ ଏକ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବା ସହ ଏହା କହିଛନ୍ତି | ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଚାଲେଞ୍ଜ କରୁଥିବା ଏକ ଅପିଲ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ଅପିଲ ଅନୂଯାୟୀ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟ ଭାରତୀୟ ଦଣ୍ଡ ସଂହିତା, ୧୮୬୦ ର ଧାରା ୩୦୨(ହତ୍ୟା) ଏବଂ ଧାରା ୨୦୧(ପ୍ରମାଣ ନଷ୍ଟ କରିବା) ରେ ଦୋଷୀ କହିବା ସହ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ବିଚାରପତି ବି.ଆର ଗୱଇ ଏବଂ ବିଚାରପତି ପି.ଏସ. ନରସିମହା ଖଣ୍ଡପୀଠ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ସେ ପର୍ଯ୍ୟନ୍ତ ନିର୍ଦ୍ଦୋଷ କୁହାଯିବ ଯେଉଁ ପର୍ଯ୍ୟନ୍ତ ପ୍ରକୃତ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇନାହିଁ । ପୀଠ କହିଛନ୍ତି ଯେ ଲିଖିତ କାନୁନ ରହିଛି, ଯେତେବି ସନ୍ଦେହ ହେଉ ନା’ କାହିଁକି, ଉଚିତ ସନ୍ଦେହ ପ୍ରମାଣର ସ୍ଥାନ ନେଇପାରିବ ନାହିଁ । କୌଣସି ଅଭିଯୁକ୍ତଙ୍କୁ ସନ୍ଦେହ ଆଧାରରେ ଦୋଷୀ କୁହାଯାଇପାରିବନାହିଁ । ସନ୍ଦେହ ଯେତେ ଦୃଢ଼ ହୋଇଥାଉ ନା କାହିଁକି । ପୀଠ କହିଥିଲେ ଯେ ଏହିମାମଲାରେ ଆମେ ପାଇଲୁ ଯେ ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟଙ୍କ ରାୟ ଯୁକ୍ତିଯୁକ୍ତ ନୁହେଁ ।

 

Breaking News