ରିପୋର୍ଟ କାର୍ଡ / ଭୁବନେଶ୍ବର
ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ଲାଗି ଗୋପାଳକୃଷ୍ଣ ଦାସର ଆଜି ନାର୍କୋ ଟେଷ୍ଟ ହେବ | ଗୁଜରାଟର ଗାନ୍ଧୀନଗର ଫରେନସିକ ଲ୍ୟାବରେ ଗୁରୁବାର ପଲିଗ୍ରାଫ୍ ଟେଷ୍ଟ କରିଥିଲା କ୍ରାଇମ୍ ବ୍ରାଞ୍ଚ । ପୂର୍ବତନ ମନ୍ତ୍ରୀ ନବଙ୍କୁ ଗୁଳିକରି ହତ୍ୟା କରିବାର କାରଣ ସମ୍ପର୍କରେ ଏହି ପରୀକ୍ଷାରୁ ଜଣାପଡ଼ିପାରେ ବୋଲି ଆଶାକରାଯାଉଛି। ଅଭିଯୁକ୍ତର ମାନସିକ ସ୍ଥିତି କିଭଳି ରହିଛି ଓ ତା’ ଭିତରେ କ’ଣ ଚାଲିଛି ତାହା ପଲିଗ୍ରାଫ୍ ପରୀକ୍ଷାରୁ ଜାଣିହୋଇଥାଏ। ତଦନ୍ତ ଅଧିକାରୀ ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ଅନୁସନ୍ଧାନ ଜାରି ରଖିଥିଲେ ମଧ୍ୟ ହତ୍ୟାର ଅଭିସନ୍ଧି ସଂପର୍କରେ ଜାଣିବାରେ ବିଫଳ ହୋଇଥିବା କୁହାଯାଉଛି। ଅଭିଯୁକ୍ତ ଗୋପାଳ ଜଣେ ପୁଲିସ ଅଧିକାରୀ ହୋଇଥିବାରୁ ତଦନ୍ତକୁ ବାଟବଣା କରିବାବେଶ୍ ଜଣା। ସେ ନବ ଦାସଙ୍କୁ ହତ୍ୟା କରିଥିବା ସ୍ବୀକାର କରୁଛି ବୋଲି କ୍ରାଇମ୍ ବ୍ରାଞ୍ଚ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ହତ୍ୟା ପଛର କାରଣ ସଂପର୍କରେ ତଥ୍ୟ ହାସଲ କରିବାରେ ବିଫଳ ହୋଇଛି। ଯଦି ଏହି ପରୀକ୍ଷାରୁ କିଛି ସୁରାକ୍ ମିଳେ, ତାହାକୁ ଆଧାର କରି ତଦନ୍ତ ଆଗକୁ ବଢାଇବାକୁ କ୍ରାଇମ୍ ବ୍ରାଞ୍ଚ ଆଶା ରଖିଛି। ଏଥିପାଇଁ ଅଭିଯୁକ୍ତର ପଲିଗ୍ରାଫ ଓ ନାର୍କୋ ପରୀକ୍ଷା କରିବା ଲାଗି ତାକୁ ବୁଧବାର କ୍ରାଇମ୍ବ୍ରାଞ୍ଚର ଏକ ଦଳ ଗୁଜୁରାଟ ନେଇଥିଲେ ।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..