Report Card Odisha

| Daily Odia News

ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା:ଆମ୍ବୁଲାନ୍ସ ଡ୍ରାଇଭର ଖୋଲିଲେ ଗୁମର….

ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି | ଗତ ୧୨ ତାରିଖ ରାତିରେ ସୌମ୍ୟ ପୋଡ଼ିଯାଇ ୧୩ ତାରିଖରେ ମୃତ୍ୟୁ ହୋଇଥିଲା । ଦୀର୍ଘ ୧୦ ଦିନ ପରେ ପ୍ରଥମଥର ପାଇଁ ପାରଳାଖେମୁଣ୍ଡିରେ ଥିବା ଏସିଏଫଙ୍କ ସରକାରୀ କ୍ୱାର୍ଟରରେ ତଦନ୍ତକାରୀ ସଂସ୍ଥା ଯାଇ ତଦନ୍ତ କରିଥିଲା। ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ର ତନ୍ନତନ୍ନ ଯାଞ୍ଚ ପରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସ ହିଁ କ୍ରାଇମ୍ ସ୍ପଷ୍ଟ ବୋଲି କହିଥିଲେ। ତେବେ ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ରାତିରେ ଏହାର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ସାଗର। ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଜେରା କରିଛନ୍ତି ଥାନା ଅଧିକାରୀ। ଜେରା ବେଳେ ଅନେକ ରହସ୍ୟର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ଜେରା ବେଳେ ଡ୍ରାଇଭର କହିଛନ୍ତି, ଘଟଣା ଦିନ ମେଡିକାଲ ବାହାରୁ ବାହାରୁ ସଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା। ଫରେଷ୍ଟ ଗେଟ୍ ପାଖରେ ୧୦ରୁ ୧୫ ମିନିଟ ଆମ୍ବୁଲାନ୍ସ ଅଟକି ଥିଲା। ପେସେଣ୍ଟ ସହ କେହି ନ ଥିବାରୁ ଆମ୍ବୁଲାନ୍ସ ଅଟକିଥିଲା। ଫରେଷ୍ଟ ଗେଟ୍ ପାଖରେ ରହିବାକୁ ଜଣେ ମ୍ୟାଡାମ କହିଥିଲେ। ଅଟକିବାକୁ କହିଥିବା ମ୍ୟାଡମ ପୋଲିସ ଡ୍ରେସରେ ଥିଲେ। ଡ଼୍ରାଇଭର ଆହୁରି କହିଛନ୍ତି, ‘ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ବୁଲାନ୍ସ ଫରେଷ୍ଟ ଗେଟ୍‌ରୁ ବାହାରିଥିଲା। ଆମ ଆମ୍ବୁଲାନ୍ସ ପଛରେ ଗୋଟିଏ ବୋଲେରୋ ବି ଚାଲିଥିଲା। ଗୋପାଳପୁର ଠାରେ ମ୍ୟାଡାମ କଟକ SCB ନେବା ପାଇଁ କହିଲେ। କଟକ ପହଞ୍ଚିବା ବେଳକୁ ସାଢ଼େ ୬ରୁ ୭ଟା ହୋଇଥିଲା’
ଡ୍ରାଇଭରଙ୍କ ଏହି ବୟାନ ପରେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଭିତରେ ଗୁରାଣ୍ଡି ଥାନା ଓଆଇସିଙ୍କ ଭୂମିକାକୁ ନେଇ ସନ୍ଦେହ ବଢିଛି।

 

 

Breaking News