ରିପୋର୍ଟ କାର୍ଡ / ବାସୁଦେବପୁର
ଜମିଜମା ବିବାଦକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀ ଙ୍କୁ ଏସିଡ୍ ମାଡ ହୋଇଛି। ଯାହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି | ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ରାଉତ ସାହି ଗ୍ରାମରେ । ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ରାଉତ ସାହି ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗିଥିଲା । ବୁଧବାର ଗୋଟିଏ ପରିବାର ଉପରକୁ ଏସିଡ୍ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏସିଡ୍ ମାଡରେ ଶୈଳେନ୍ଦ୍ର ନାୟକ ଓ ତାଙ୍କ ସ୍ତ୍ରୀ ସରସ୍ବତୀ ନାୟକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ବାସୁଦେବପୁର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶୈଳେନ୍ଦ୍ର ସେହି ଗ୍ରାମର ବିଜୟ କୁମାର ସାହୁଙ୍କ ବାଡି ପାଖରେ ଏକ ଜମି ଗତ ୬ ମାସ ପୂର୍ବେ କିଣିଥିଲେ। ଉକ୍ତ ଜମିରେ ବିଜୟଙ୍କ ପରିବାରର କିଛି ଜମି ଥିବା ଶୈଳେନ୍ଦ୍ରକୁ କହିଥିଲେ । ଯାହାକୁ ନେଇ ବାରମ୍ବାର ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ଥାନାରେ ବୁଝାମଣା ହୋଇଥିଲା । ଉକ୍ତ ଜମିରେ ଶୈଳେନ୍ଦ୍ର ଓ ତାଙ୍କ ସ୍ତ୍ରୀ ବାଡ ଘେରୁଥିବା ସମୟରେ ବିଜୟ ଓ ତାଙ୍କ ଦୁଇ ପୁଅ ଏକ ବାଲଟିରେ ଏସିଡ୍ ଆଣି ଉଭୟଙ୍କ ଉପରକୁ ଛାଟି ଦୌଡି ପଳାଇ ଯାଇଥିଲେ। ପରେ ସ୍ଥାନୀୟ ପଡୋଶୀ ଉଭୟଙ୍କ ଚିତ୍କାର ଶୁଣି ତୁରନ୍ତ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ଏସିଡ୍ ମାଡରେ ଶୈଳେନ୍ଦ୍ର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ସ୍ତ୍ରୀ ସରସ୍ବତୀଙ୍କ ମୁହଁ ଓ ଆଥିରେ ଏସିଡ୍ ପଡିଯାଇଥିବା ଦେଖିବାକୁ ମିଳିଛି । ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..