Report Card Odisha

| Daily Odia News

୯ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦୁର୍ନୀତିରେ ଲିପ୍ତ ଥିବା ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସ୍ୱଚ୍ଛ ଶାସନ ପ୍ରଦାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନୈତିକତା ଓ ସାଧୂତା ଉପରେ ଗୁରୁତ୍ୱ ଦେଉଛନ୍ତି | ରାଜ୍ୟ ସରକାର ୯ ଜଣ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ସସପେଣ୍ଡ, ୨ ଜଣଙ୍କ ପେନସନ ବନ୍ଦ ହୋଇଥିବା ସୂଚନା ମିଳିଛି | ଦୁର୍ନୀତି ଓ ଅପାରଗ କାରଣରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଅଧିକାରୀଙ୍କ ମଧ୍ୟରେ ୬ ଜଣ ଇଞ୍ଜିନିୟର, ଜଣେ ଓଏଏସ ଅଫିସର, ଜଣେ ସିଡିଭିଓ ଓ ଜଣେ ସାମାଜିକ ଶିକ୍ଷା ସଂଗଠକ ରହିଛନ୍ତି । ପୂର୍ବରୁ ୧୬୪ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଆଜିର ଏହି ୯ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Breaking News