ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ଜିଲ୍ଲାର ପୋଲିସକୁ ନିର୍ଦ୍ଦେଶ ମିଳିଛି। ଏହା ସହିତ କ୍ରାଇମ ବ୍ରାଞ୍ଚକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ସୂଚନା ଅନୁସାରେ, ଏହି ଲୋକମାନେ ବାଂଲାଦେଶ ସୀମା ଡେଇଁ ଭାରତକୁ ଅନୁପ୍ରବେଶ କରିବା ମାତ୍ରେ ନକଲି ଭାରତୀୟ ପରିଚୟ ପତ୍ର ତିଆରି କରିଦିଅନ୍ତି। ଦିଲ୍ଲୀରେ ରହୁଥିବା ସମସ୍ତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପରିଚୟ ପତ୍ର ଚିହ୍ନଟ କରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏଭଳି ପରିସ୍ଥିତିରେ ନକଲି ପରିଚୟ ପତ୍ର ତିଆରି କରୁଥିବା ଦଲାଲଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..