ରିପୋର୍ଟ କାର୍ଡ / କଟକ
ପୋଲିସର କାର୍ଯ୍ୟକୁ ନେଇ କଠୋର ହୋଇଛନ୍ତି ହାଇକୋର୍ଟ । ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ସାଧାରଣ ନାଗରିକଙ୍କୁ ଅଣଦେଖା କରାଯିବା ସହ ସେମାନଙ୍କର ମାମଲା ପଞ୍ଜିକରଣ କରାଯାଇ ନଥାଏ । ତେବେ ଏଭଳି ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଏନେଇ ନେଇ ପୋଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାଧାରଣ ଭାବେ କୌଣସି ସମସ୍ୟା ଉପୁଜିଲେ ତା’ର ସମାଧାନ ପାଇଁ ଲୋକମାନେ ଥାନାର ଦ୍ୱାରସ୍ଥ ହୋଇଥାନ୍ତି । ମାତ୍ର ଏ କ୍ଷେତ୍ରରେ ଯଦି ପୋଲିସ ମାମଲା ପଞ୍ଜିକରଣ ନକରେ, ତେବେ ସେ କ୍ଷେତ୍ରରେ ନିୟମାବଳୀର ଉଲ୍ଲଂଘନ ହୋଇଥାଏ । ତେଣୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ‘ଲଳିତା କୁମାରୀ ବନାମ ୟୁପି ସରକାର’ ରାୟର ନିୟମାବଳୀକୁ ରାଜ୍ୟର ପ୍ରତ୍ୟେକ ଥାନାରେ ପ୍ରଦର୍ଶନ କରାଯିବ । ସ୍ଥାନୀୟ ଓ ଇଂରାଜୀ ଭାଷାରେ ଏହି ନିୟମାବଳୀ ପ୍ରଦର୍ଶିତ ହେବା ନେଇ ଡିଜି ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..