ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଅଫଗାକୁ ନିଜ ଅଧୀନକୁ ନଉ ନଉ ଅରମ୍ଭରି ଦେଲାଣି ଅତ୍ୟାଚାର | ହେଲେ ଦିନକ ମଧ୍ୟରେ ତାଲିବାନ ନୀତିରେ ପରିବର୍ତନ କରିଛି । ମହିଳାଙ୍କୁ ଆବଶ୍ୟକ ମୁତାବକ ସ୍ୱାଧୀନତା ଦିଆଯିବା କହିବା ପରେ ଆଜି ସରକାରୀ ଚ୍ୟାନେଲଗୁଡିକରେ ମହିଳା ନ୍ୟୁଜ ଆଙ୍କର୍ସଙ୍କୁ ବ୍ୟାନ କରାଯାଇଛି । ଏପରିକି ଏହା ସ୍ଥାନରେ ତାଲିବାନ ଯୁବକ ଆଙ୍କରିଂ ଆରମ୍ଭ କରି ଦେଇଛନ୍ତି । ବଲଖ ପ୍ରାନ୍ତର ଗଭର୍ଣ୍ଣର ସଲିମା ମଜାରୀଙ୍କୁ ତାଲିବାନମାନେ ଗିରଫ କରି ନେଇଛନ୍ତି । ସେ ତାଲିବାନଙ୍କ ବିରୋଧରେ ଖୋଲାଖୋଲି ଭାବେ ମୁହଁ ଖୋଲିଥଲେ । ଏପରିକି ସେ ଏଥିନେଇ ଅସ୍ତ୍ର ଉଠାଇବା ଆରମ୍ଭ କରିଥିଲେ । ଉଲ୍ଲେଖ ଯୋଗ୍ୟ- ମଙ୍ଗଳବାର ଦେଶ ସାରା ‘ସର୍ବକ୍ଷମା’ ଘୋଷଣା କରିଥିଲା ତାଲିବାନ। ମହିଳାଙ୍କୁ ପୂର୍ଣ୍ଣ ଅଧିକାର ବେବ ବୋଲି କହିଥିଲା ତାଲିବାନ | ଏହା ସହିତ ମହିଳାମାନଙ୍କୁ ମଧ୍ୟ ସରକାରରେ ଭାଗ ନେବାକୁ ଆହ୍ବାନ କରିଥିଲା। ଆହୁରି କହିଥିଲା ଦେଶର ଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ବୋଲି ଘୋଷଣା କରାଯିବା ମହିଳାମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଶାସନ ବେଳେ ମହିଳାଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ। ଶରିଆ ଆଇନ ଲାଗୁ କରାଯିବ | ଅନ୍ୟପଟେ ତାଲିବାନ କାହୁଛିକି ସେମାନେ ପରିବର୍ତ୍ତନ ହୋଇଯାଇଛନ୍ତି | ଏଭଳି ଦେଖିଲେ ଲାଗୁଛି ତାଲିବାନୀ କେବେ ସୁଧୁରି ନାହିଁ |






More Stories
ରାଷ୍ଟ୍ରପତି ଛିଡ଼ା ହୋଇଥିବା ବେଳେ ଆପଣ କାହିଁକି ବସିଛନ୍ତି…..
ଫେରିଲେଣି ୫୨ ହଜାର ଭାରତୀୟ……
ରାଷ୍ଟ୍ରପତିଙ୍କୁ ଅପମାନ:ମୋଦି-ମମତା ମୁହାଁମୁହିଁ…..