ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ପୌର ନିର୍ବାଚନର ମତଦାନ | ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଅଧିକାଂଶ ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚି ସାରିଛନ୍ତି। ବାକି ପୋଲିଂ ପାର୍ଟି ବୁଧବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ । ଗୁରୁବାର ଦିନ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ଲାଗି ୧୯୫ଟି ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ମୋବାଇଲ ପାର୍ଟିର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ୧୧୫ଟି ବୁଥ୍ ଅତି ସମ୍ବେଦନଶୀଳ ରହିଛି। ଏଥିପାଇଁ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି କିଛି ସ୍ଥାନରେ ଟଙ୍କା ବାଣ୍ଟିବା ନେଇ ଖବର ଆସିଛି । ଏନେଇ ଆମେ ଅବଗତ ଅଛୁ । ଜିଲ୍ଲା ପ୍ରଶାସନକୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନକଲି ଭୋଟର୍ ସାବଧାନ୍। ପଞ୍ଚାୟତରେ ଭୋଟ୍ ଦେଇ ପୌରଞ୍ଚଳରେ ଭୋଟ୍ ଦେଉଥିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ନକଲି ଭୋଟର ସମ୍ପର୍କରେ ଖବର ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..