Report Card Odisha

| Daily Odia News

ଖବର ପଢ଼ୁଥିବା ବେଳେ ବେହୋସ୍ ହେଲେ ଆଙ୍କର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୂରଦର୍ଶନ ବଙ୍ଗଳା ନ୍ୟୁଜ୍‌ର ଜଣେ ପାଠିକା ଲୋପାମୁଦ୍ରା ସିହ୍ନା ଖବର ପାଠ କରିବାବେଳେ ଅଚେତ ହୋଇପଡିଛନ୍ତି। ଶୁକ୍ରବାର ଲୋପାମୁଦ୍ରା ଦେଶରେ ଗ୍ରୀଷ୍ମ ଲହରି ସମ୍ପର୍କିତ ଖବର ପାଠ କରୁଥିବାବେଳେ ହଠାତ୍ ଅଚେତ ହୋଇପଡିଥିଲେ। ଏ ସମ୍ପର୍କିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ରକ୍ତଚାପ ହ୍ରାସ ପାଇବା ଯୋଗୁଁ ସେ ଅଚେତ ହୋଇପଡିଥିଲେ। ଏହି ଘଟଣା ପରେ ଲୋପାମୁଦ୍ରା ଏକ ଫେସବୁକ ପୋଷ୍ଟରେ ତାଙ୍କ ଅନୁଗତଙ୍କୁ ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ସେ ଲେଖିଛନ୍ତି ଯେ ‘ଶୀତତାପ ନିୟନ୍ତ୍ରିତ କୋଠରି ସତ୍ତ୍ବେ ମୁଁ ଗରମ ଅନୁଭବ କରିଥିଲି। ମୋର ରକ୍ତଚାପ ହ୍ରାସ ପାଇଥିଲା। ମୁଁ ପାଣି ପିଇବାକୁ ମାଗିଥିଲି। ଏହା ମଧ୍ୟରେ ମୁଁ ଅଚେତ ହୋଇପଡିଥିଲି।’ ୨୧ ବର୍ଷ ହେଲା ଦୂରଦର୍ଶନରେ କାର୍ଯ୍ୟ କରିଆସୁଥିବା ଲୋପାମୁଦ୍ରା ଖବର ପାଠ ସମୟରେ ଡେସ୍କରେ ପାଣି ରଖନ୍ତି ନାହିଁ। ୩୦ ମିନିଟ୍‌ର ଖବର ପାଠ ସମୟକୁ ସେ ବିନା ପାଣିରେ ଚଳାଇ ନିଅନ୍ତି।

Breaking News