ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୬ ଘଣ୍ଟା ଧରି ଜେରା ହେଲେ ଅଭିନେତ୍ରୀ ନୋରା ଫତେହି | ଦିଲ୍ଲୀ ପୋଲିସର ଆର୍ଥିକ ଅପରଧ ଶାଖା ନୋରାଙ୍କୁ ଜେରା କରିଛି। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ ପୋଲିସ ପଚରାଉଚରା କରିଛି। ଏହି ମାମଲାରେ ଆସନ୍ତା ୧୨ ତାରିଖରେ ଜ୍ୟାକ୍ଲିନ୍ଙ୍କୁ ପୁଣି ପୋଲିସ ପଚରାଉଚରା କରିବ। ସୂଚନା ମୁତାବକ, ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିସାରିଛି। ଇଡିର ଚାର୍ଜଶିଟ୍ରେ ଏହି ପଚରାଉଚରା ବିଷୟରେ ଉଲ୍ଲେଖ ମଧ୍ୟ ରହିଛି। ଏହି ମାମଲରେ ଦିଲ୍ଲୀ ପୋଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି। ପଚରାଉଚରା ବେଳେ ପୋଲିସ ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ କରିଥିବା ସୂଚନା ମିଳିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..