ରିପୋର୍ଟ କାର୍ଡ / ପୁରୀ
ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ୍ ଅଭିନେତା ରାଇମୋହନଙ୍କ ମରଶରୀର। ଶୁକ୍ରବାର ସନ୍ଧ୍ୟା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଇମୋହନଙ୍କ ସାନଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଛନ୍ତି। ସେଠାରେ ବଡ଼ ଝିଅ, ଜ୍ୱାଇଁ, ପରିବାର ଲୋକ ଓ ବହୁ ଜଣାଶୁଣା କଳାକାର ଉପସ୍ଥିତ ଥିଲେ। ଶୁକ୍ରବାର ଓଲିଉଡ୍ର ଭେଟ୍ରାନ୍ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ମର ଶରୀରକୁ ବିଶାଳ ଶୋଭାଯାତ୍ରାରେ ସଂଗୀତ କଳା ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ତାଙ୍କ ମରଶରୀରକୁ ନିଜ ବାସଭବନ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାରକୁ ନିଆଯାଇଥିଲା। ବନ୍ଧୁପରିଜନ ଓ ଆତ୍ମିୟସ୍ୱଜନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଇମୋହନଙ୍କ ଶେଷ ଦର୍ଶନ କରିବା ନିମନ୍ତେ ସେଠାରେ ପ୍ରବଳ ଭିଡ଼ ଜମିଥିଲା। ବାସ ଭବନରୁ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..