Report Card Odisha

| Daily Odia News

‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଙ୍କ ସହ ଯୋଗ ଦେଲେ ଅଭିନେତ୍ରୀ ପୂଜା ଭଟ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ପାର୍ଟିର ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରତି ସମର୍ଥନ ଜଣାଇ ବଲିଉଡ୍‌ ଅଭିନେତ୍ରୀ ପୂଜା ଭଟ୍ଟ ସ୍ବଳ୍ପ ସମୟ ପାଇଁ ହାଇଦ୍ରାବାଦ ନଗରୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ- ଆଜି ସକାଳେ ପଦଯାତ୍ରା ହାଇଦ୍ରାବାଦ ସହର ଦେଇ ଯିବା ବେଳେ ଅଭିନେତ୍ରୀ ପୂଜା ଭଟ୍ଟ ରାହୁଲ୍‌ ଗାନ୍ଧୀ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ସଙ୍ଗରେ କିଛି ବାଟ ପର୍ଯ୍ୟନ୍ତ ଚାଲିବା ପରେ ଫେରି ଆସିଥିଲେ। ଆଜି ୫୬ ଦିନରେ ପହଞ୍ଚି ଥିବା ‘ଭାରତ ‌ଯୋଡ଼ୋ ଯାତ୍ରା’ ବିଷୟରେ ଟୁଇଟ୍‌ କରି କଂଗ୍ରେସ ଲେଖିଛି କି ପ୍ରତି ଦିନ ନୂଆ ନୂଆ ଇତିହାସ ସୃଷ୍ଟି ହେଉଛି | ପ୍ରତ୍ୟେକ ଦିନ ଦେଶରେ ଶ୍ରଦ୍ଧା କରୁଥିବା ଜନତାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିସହ ପୂଜା ଭଟ୍ଟ ଯାତ୍ରାରେ ଯୋଗ ଦେବାର ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ୍‌ କରାଯାଇଛି।

Breaking News