Report Card Odisha

| Daily Odia News

ଆସନ୍ତାକାଲି ଆଡପ ମଣ୍ଡପରେ ୪ ଯାଏ ସନ୍ଧ୍ୟାଦର୍ଶନ…..

ରିପୋର୍ଟ କାର୍ଡ / ପୁରୀ

ଆଉ ମାତ୍ର ଗୋଟିଏ ଦିନପରେ ମହାପ୍ରଭୁଙ୍କ ବାହୁଡା ୟାତ୍ରା | ଶ୍ରୀମନ୍ଦିରକୁ ଫେରିଯିବେ ଚତୁର୍ଦ୍ଧା ମୁର୍ତ୍ତୀ |ସନ୍ତାକାଲି ଶୁକ୍ରବାର ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ତେବେ ନବମୀ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୬ଟା ପରିବର୍ତ୍ତେ ଅପରାହ୍ଣ ୪ଟାରେ ବନ୍ଦପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏହି ସମୟ ମଧ୍ୟରେ ଆଗ୍ରହୀ ଭକ୍ତମାନେ ଗୁଣ୍ଡିଚା ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କ ନବମୀ ଦର୍ଶନ କରିବାକୁ ପ୍ରଶାସନ ପରାମର୍ଶ ଦିଆଯାଇଛି। ଅପରାହ୍ଣ ୪ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବନାହିଁ ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି । ସନ୍ଧ୍ୟା ଦର୍ଶନ ବନ୍ଦହେବା ପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଦ୍ବିତୀୟ ଭୋଗମଣ୍ଡପ ସମେତ ରାହାସକୁ ଦିଅଁ ବିଜେ କରିବେ। ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଓ ପହୁଡ ଆଳତି କରାଯିବ। ଦଇତାପତିମାନେ ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟ କଣ୍ଟ ନୀତି କରିବେ। କୋଠ ସୁଆଁସିଆ ସେବକଙ୍କ ଦ୍ବାରା ଆଡ଼ପ ମଣ୍ଡପରେ ଚାରମାଳ ବନ୍ଧାଯିବ। ଶୁକ୍ରବାର ରାତିରେ ମହାପ୍ରଭୁଙ୍କ କେତେକ ବିଶେଷ ନୀତି ଥିବାରୁ ଅପରାହ୍ଣ ୪ଟାରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ଭକ୍ତଙ୍କ ଅବଗତି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Breaking News