Report Card Odisha

| Daily Odia News

୫ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ୯୨୯ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୭୩ ହଜାର ୧୬୩ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରୁ ଷଷ୍ଠ ଶ୍ରେଣୀରେ ୧୩୬୪୯୧, ସପ୍ତମ ଶ୍ରେଣୀରେ ୧୭୧୫୪, ଅଷ୍ଟମରେ ୧୨୪୫୬ ଏବଂ ନବମ ଶ୍ରେଣୀରେ ୫୭୧୬ ଜଣ ବିଦ୍ୟାର୍ଥୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଛନ୍ତି। ସେହିଭଳି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଷଷ୍ଠ ଶ୍ରେଣୀର ୧୩୪୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ବୋର୍ଡ ୱେବସାଇଟରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Breaking News