ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିର ଉମରକୋଟର ଅତିରିକ୍ତ ଥାନା ଅଧିକାରୀ ସସପେଣ୍ଡ ହୋଇଛନ୍ତି । ଆଇଆଇସି ଲିମରାଜ ପ୍ରଧାନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ମିଳିଥିବା ସୂଚନା ଅନୁସାରେ, ଅତିରିକ୍ତ ଆଇଆଇସି ଲିମରାଜଙ୍କୁ ସସପେଣ୍ଡ କରିଛନ୍ତି ଡିଜିପି । ଗତ ସୋମବାର ଦିନ ଭିଜିଲାନ୍ସ ଜାଲରେ ସେ ଧରାପଡିଥିଲେ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲିମରାଜଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ତେବେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱ ରେ ମାଲକାନଗିରି ଭିଜିଲାନ୍ସ ବିଭାଗର ମିଳିତ ଭାବରେ ନଳିନୀ କାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଉମରକୋଟ ଥାନା ଠାରୁ ଅଳ୍ପ କିଛି ଦୂର ସ୍ଥାନରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ କାବୁ କରିଥିଲେ । ଠିକ ଏହି ସମୟରେ ଭିଜିଲାନ୍ସ କୁ ଚକମା ଦେଇ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି.ଏସ.ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ । ଏହି ଟିମ୍ ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗ ର ୧୪ ଜଣ ଅଧିକାରୀ ସାମିଲ ରହିଥିଲେ ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..