Report Card Odisha

| Daily Odia News

ଅଧକପାଳି ବିନ୍ଧା ହେଉଛି କି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି। ତେବେ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ତୁଳସୀ ପତ୍ରରେ ପ୍ରସ୍ତୁତ କାଢ଼ା ପିଇବାକୁ ଅନେକ ଲୋକେ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନା ପସନ୍ଦ କରିଥାନ୍ତି। ତେବେ ସୁସ୍ଥ ରହିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି କାଢ଼ାର ବିକଳ୍ପ ଭାବେ ତୁଳସୀ କ୍ଷୀର ସେବନ କରିବା ଉଚିତ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକାରୀ ଗୁଣ ସମ୍ପର୍କରେ …..

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କ୍ଷୀରକୁ ଗରମ କରନ୍ତୁ । ଏହା ଗରମ ହେବା ପରେ ସେଥିରେ ୮ରୁ ୧୦ ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ପିଅନ୍ତୁ।

ଜାଣନ୍ତୁ ଉପକାରୀ ଗୁଣ ସମ୍ପର୍କରେ

ଅଧକପାଳି ବିନ୍ଧା: ତୁଳସୀ କ୍ଷୀର ପିଇବା ଦ୍ୱାରା ଅଧକପାଳି ବିନ୍ଧା ଦୂର ହୋଇଥାଏ। ଯଦି ଆପଣଙ୍କ ଠାରେ ମୂଳରୁ ଏହି ସମସ୍ୟା ଅଛି ତେବେ ଏଥିରୁ ମୁକ୍ତି ପାଇବା ଲାଗି ସକାଳୁ ଏକ ଗ୍ଲାସ ତୁଳସୀ କ୍ଷୀର ପିଅନ୍ତୁ।

Breaking News