Report Card Odisha

| Daily Odia News

ଆଧାର ଦେଖାଇଲେ ମିଳିବ ଡ୍ରାଇଭିଂ ଲାଇସେନ୍ସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଧାର ଦେଖାଇଲେ ମିଳିବ ଡ଼ିଏଲ । ଆଗରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏନେକ ପ୍ରକାର ନିୟମକୁ ମାନିବାକୁ ପଡୁଥିଲା | ବ୍ୟସ୍ଥ ବହୁଳ ଜୀବନ ଭିତରେ ଅନେକ ସମସ୍ୟ ହୋଇଥାଏ ଡ୍ରାଇଭିଂ ଲାଇସେନ୍ସ ପାଇଁ | ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା ହେତୁ ଲୋକଙ୍କ ଆସନ୍ତୁଷ୍ଟ ଭାବ ପ୍ରକାଶ ପାଇଥିଲା । କିନ୍ତୁ ଏବେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ୱାରା ମୋଟର ଜାନ ଆଇନ ୧୯୮୯ର ସଂଶୋଧନ ପରେ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ ଆହୁରି ସହଜ ହୋଇଯାଇଛି । ଲାଇସେନ୍ସ ପାଇଁ ଏବେ ଆଉ ଅଧିକ ଡକୁମେଣ୍ଟ ର ଆବଶ୍ୟକତା ମଧ୍ୟ ପଦିବା ନାହିଁ | ଏବେ ଆଧାର କାର୍ଡ ଜରିଆରେ କେବଳ ଆପଣ ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିପାରିବେ। ଆଧାର ମାଧ୍ୟମରେ ରେ ଆପଣ ଡ୍ରାଇଭିଂ ଲାଇସେନ୍ସ,ଲାଇସେନ୍ସ ର ରିନୁଆଲ, ରେଜିଷ୍ଟ୍ରସନ ଭଳି ଜରୁରୀ ସେବା ଅତି ସହଜରେ ପାଇ ପରିବେ । ସାଙ୍ଗରେ ଧରି ବୁଲିବାକୁ ପଡ଼ିବନି ଗାଡି ପେପର l ଗତ ବର୍ଷ ଅକ୍ଟୋବର ରେ ଆସିଥିବା ନିୟମରେ ଏବେ କିଛି ପରିବର୍ତନ ଅଣା ଯାଇଛି । ନୂଆ ନିୟମ ଅନୁସାରେ ଏବେ ଆପଣଙ୍କୁ ଆପଣଙ୍କ ଗାଡି ସମ୍ପର୍କିତ କାଗଜ ପତ୍ର ଯେମିତିକି ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରସନ ଡକୁମେଣ୍ଟ,ଫିଟନେସ ସାର୍ଟିଫିକେଟ,ପରମିଟ, ଦସ୍ତାବିଜ, ନିଜ ସାଥିରେ ଧରି ବୁଲିବାକୁ ପଡିବ ନାହିଁ । ଏବେ ଆପଣ ଟ୍ରାଫିକ ପୋଲିସ ଅଧିକାରୀ ଙ୍କୁ ଡିଜିଟାଲ କପି ମଧ୍ୟରେ ଦେଖାଇ ପାରିବେ। ପୋର୍ଟାଲ ରେ ସୁରକ୍ଷିତ ରଖିପାରିବେ ଡକୁମେଣ୍ଟ । ଏବେ ଆପଣ ଆପଣଙ୍କ ଗାଡିର ସମସ୍ତ ଜରୁରୀ ତଥ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୋର୍ଟାଲ ରେ ସୁରକ୍ଷିତ ଭାବରେ ରଖି ପାରିବେ । ଏବଂ ଏହି ସବୁ ଡକୁମେଣ୍ଟର ଡିଜିଟାଲ କପି ଟ୍ରାଫିକ ଅଧିକାରୀଙ୍କୁ ଦେଖାଇ ପାରିବେ ।

Breaking News