ରିପୋର୍ଟ କାର୍ଡ / ପୁରୀ
ରବିବାର ଦ୍ଵାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ନୀତି ସମୟ ଶ୍ରୀମନ୍ଦିର ପ୍ରଶାସନ ସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ବାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗାଯିବ । କୁହାଯାଏ ଏହି ଭୋଗ ପଣା ରଥ ପାର୍ଶ୍ଵ ଦେବଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ପ୍ରତି ରଥରେ ଦାରୁ ବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ କରାଯିବ । ଛାଚି, ସର, କଦ କଦଳୀ, ଛେନା, ଗୋଲମରିଚ, ମରିଚ, କର୍ପୂର ଜାଇଫଳ ଆଦି ସାମଗ୍ରୀ ପଣାରେ ମିଶିବ । ମହାପ୍ରଭୁଙ୍କ ସେବକ ମାନେ ପଣା ପ୍ରସ୍ତୁତ କରିବେ । ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..