Report Card Odisha

| Daily Odia News

ଅଧିକ ସମୟ ବଞ୍ଚିରହିବାକୁ ଚାହୁଁଛନ୍ତି କି ଖାଆନ୍ତୁ ଏହି ଖାଦ୍ୟ…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜର୍ନାଲ ସର୍କୁଲେସନରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁସାରେ, ଯେଉଁଲୋକମାନେ ୱେ୍େଟର୍ଣ୍ଣ ଡାଇଟରେ ପ୍ରୋସେଷ୍ଟ ମାଂସ, ବିଶୋଧିତ ଚିନି ଓ ଫ୍ୟାଟି ଲାଲ ମାଂସ ଭରପୂର ମାତ୍ରାରେ ଖାଉଛନ୍ତି, ସେମାନଙ୍କଠାରେ ପନିପରିବା, ମାଛ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ମୃତ୍ୟୁହାର ୨୧% ଓ ହୃଦଘାତର ଆଶଙ୍କା ୨୨ ପ୍ରତିଶତ ଅଧିକ ରହିଥାଏ । ଏଭଳି ପରିସ୍ଥିତିରେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଅଧିକ ସମୟ ବଞ୍ଚିରହିବା, ତାହା ଜାଣିବା ନିହାତି ଜରୁରି । ସୁସ୍ଥ ଓ ଦୀର୍ଘ ଜୀବନ ଆପଣଙ୍କ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ । ଯଦି ଆପଣ ସୁସ୍ଥ ଖାଦ୍ୟ ଖାଉଛନ୍ତି, ତେବେ ଆପଣ ଅନେକ ରୋଗକୁ ଏଡାଇ ପାରିବେ । ରିସର୍ଚ୍ଚ ଅନୁସାରେ, ସୁସ୍ଥ ଖାଦ୍ୟ ଖାଉଥିବା ଲୋକଙ୍କ ମୃତ୍ୟୁ ହାର ଓ ହୃଦଘାତର ଆଶଙ୍କା ଅନ୍ୟ ଲୋକଙ୍କ ତୁଳନାରେ ୧୭ ପ୍ରତିଶତ ଓ ୨୮ ପ୍ରତିଶତ କମ୍ ହୋଇଥାଏ ।ଅନୁସନ୍ଧାନକାରୀମାନେ ସେହି ସ୍ଥାନଗୁଡିକୁ ଯାଞ୍ଚ କରିଥିଲେ ଯାହା ବ୍ଲୁ ଜୋନ୍ ଭାବରେ ଜଣାଶୁଣା ଓ ସେଠାରେ ଲୋକମାନେ ଅଧିକ ସମୟ ବଞ୍ଚିଥାନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ସେହି ଲୋକମାନେ ଏପରି କିଛି ଖାଦ୍ୟ ଖାଉଥିଲେ, ଯାହା ସେମାନଙ୍କର ଦୀର୍ଘ ଜୀବନର ରହସ୍ୟ ଅଟେ । ସେହି ଅଞ୍ଚଳର ଲୋକମାନେ ବ୍ଲୁ ଜୋନ୍ ଡାଏଟ୍ ଅନୁସରଣ କରନ୍ତି । ବିଶେଷଜ୍ଞମାନେ ଜାଣିବାକୁ ପାଇଲେ ଯେ ସେହିି ଲୋକମାନେ ଅଧିକ ବିନ୍ସ ଖାଉଛନ୍ତି ।ତେବେ ବ୍ଲୁ ଜୋନ୍ ଡାଏଟ୍ ହେଉଛି ଏକ ଉଦ୍ଭିଦ ଭିତ୍ତିକ ଖାଦ୍ୟ, ଯେଉଁଥିରେ ଦୈନିକ ଭୋଜନର ୯୫ ପ୍ରତିଶତ ପନିପରିବା, ଫଳ, ଶସ୍ୟ,ରାଜମାରେ ଭରପୂର ରହିଥାଏ । କୌତୁହଳର ବିଷୟ ହେଉଛି କି ବ୍ଲୁ ଜୋନ୍ ଅଞ୍ଚଳର ଲୋକମାନେ ସାଧାରଣତଃ ମାଂସ, ଦୁଗ୍ଧ, ଚିନି ଏବଂ ପାନୀୟ ଭଳି ଖାଦ୍ୟ ପଦାର୍ଥଠାରୁ ଦୂରେଇ ରୁହନ୍ତି ।ଅନେକ ଅନୁସନ୍ଧାନରେ ପ୍ରକାଶ ପାଇଛି ଯେ, ବ୍ଲୁ ଜୋନ୍ ଡାଏଟ୍ ଲୋକଙ୍କୁ ଦୀର୍ଘ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥାଏ । ବ୍ଲୁ ଜୋନ୍ ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରତିଦିନ ଏକ କପ୍ ଡାଲି ଖାଆନ୍ତି । ବିନ୍ସରେ ପ୍ରୋଟିନ୍, ଫାଇବର ଭରପୂର ଥାଏ ଓ ଏଥିରେ ଚିନି ଓ ଫ୍ୟାଟ୍ କମ୍ ଥାଏ । ପ୍ରୋଟିନ୍ ଓଜନକୁ ବଜାୟ ରଖିବା ଏବଂ ମାଂସପେଶୀ ତିଆରିରେ ସାହାଯ୍ୟ କରେ ।

 

Breaking News