ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଟିଏମସି କୁ ଟାର୍ଗେଟ କରିଛି କଂଗ୍ରେସ | ଗତ ୨୭ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ବାଗଡୋଗ୍ରାକୁ ହେଲିକପ୍ଟରରେ ଯାଉଥିବାବେଳେ ପାଇଲଟ ହେଲିକପ୍ଟରଟିକୁ ସିଲିଗୁଡ଼ି ନିକଟସ୍ଥ ବାୟୁସେନା ଘାଟିରେ ଜରୂରୀ ଅବତରଣ କରାଇଥିଲେ। ତେବେ ବର୍ଷା ଓ ପବନ ଯୋଗୁଁ ହେଲିକପ୍ଟର ଦୋହଲିବାରୁ ମମତା ସାମାନ୍ୟ ଆହତ ହୋଇଥିଲେ । ତାଙ୍କ ଅଣ୍ଟା ଏବଂ ଆଣ୍ଠୁରେ ଆଘାତ ଲାଗିଥିଲା | ଆଉ ଆଘାତ ପାଇଁ ମମତାଙ୍କ ଆଣ୍ଠୁରେ ଏବେ ପ୍ଳାଷ୍ଟର ଭିଡା଼ଯାଇଛି | ଏହାକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ | କେବଳ ଲୋକଙ୍କ ସହାନୁଭୂତି ପାଇବା ପାଇଁ ସେ ଏହା କରୁଛନ୍ତି ବୋଲି କହିଛନ୍ତି । ନିର୍ବାଚନ ଶେଷ ହେବା ମାତ୍ରେ ସେ ପୁଣି ଭଲ ହୋଇଯିବେ ଓ ଠିକରେ ଚାଲିବେ ବୋଲି ଅଧୀର କହିଛନ୍ତି | ଅଧୀର ରଂଜନ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନବେଳେ ସେ ଗୋଡରେ ପ୍ଲାଷ୍ଟର ବାନ୍ଧି ଏକ ହ୍ୱିଲ ଚେୟାରରେ ବସି ବୁଲିବା ଆରମ୍ଭ କରିଥିଲେ। ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି, ତେଣୁ ସେ ପୁଣି ଥରେ ନିରୀହ ଲୋକଙ୍କୁ ବୋକା ବନାଇବା ପାଇଁ ଏହା କରୁଛନ୍ତି। ଅଧୀର ରଂଜନ ଆହୁରି ମଧ୍ୟ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଭାବମୂର୍ତ୍ତି ଏମିତି ହୋଇଛି ଯିଏ ଲୋକଙ୍କୁ କେବଳ ବିଭ୍ରାନ୍ତ କରନ୍ତି | ଉଲ୍ଲେଖ ଥାଉ କି ମମତାଙ୍କୁ ସାମାନ୍ୟ ଆଘାତ ଲାଗିଥିବାବେଳେ ସରକାରୀ ଏସଏସକେଏମ ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ବାନାର୍ଜୀଙ୍କ ବାମ ଆଣ୍ଠୁ ଲିଗାମେଣ୍ଟରେ ଆଘାତ ଲାଗିଛି। ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ କିନ୍ତୁ ସେ ଘରେ ରହି ଚିକିତ୍ସା କରିବାକୁ ଚାହୁଁଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……