ରିପୋର୍ଟ କାର୍ଡ / ମୁମ୍ବାଇ
ନିର୍ଦ୍ଦେଶକ ଓମ୍ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଜୁନ୍ ୧୬ ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ପ୍ରଭାସ, କ୍ରିତି ସାନନ, ସନ୍ନି ସିଂହ ଏବଂ ସୈଫ ଅଲି ଖାନ ନଜର ଆସିବେ। ‘ଆଦିପୁରୁଷ’ କୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ରହିଛି ଏବଂ ଏହା ବିଷୟରେ ଅଧିକ ଜାଣିବାକୁ ସେମାନେ ଆଗ୍ରହୀ ଅଛନ୍ତି| ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ରୋଜଗାର ବିଷୟରେ ସୂଚନା ସାମ୍ନାକୁ ଆସିଛି। ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏକ ରିପୋର୍ଟ ଅନୁଯାୟା, ଏହି ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରାୟ ୪୨୦ କୋଟି ଟଙ୍କା ରୋଜଗାର କରିସାରିଛି। ଏହି ଫିଲ୍ମର ନାଟ୍ୟ ଅଧିକାର ୨ ଟି ରାଜ୍ୟରେ ୧୭୦ କୋଟିରେ ବିକ୍ରି ହୋଇଛି। କେବଳ ଏତିକି ନୁହେଁ, ଏହା ବ୍ୟତୀତ ଫିଲ୍ମର OTT ଡିଲ୍ ମଧ୍ୟ ସଂପୂର୍ଣ୍ଣ ହୋଇଛି ଏବଂ ସମସ୍ତ ଭାଷାର ରାଇଟ୍ସ ନେଟଫ୍ଲିକ୍ସ ୨୫୦ କୋଟି ଟଙ୍କାରେ କିଣିଛି। ଏଭଳି ଭାବରେ ଫିଲ୍ମଟି ରିଲିଜ ହେବା ପୂର୍ବରୁ ୪୨୦ କୋଟି ରୋଜଗାର କରିସାରିଛି।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..