ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଚଳିତବର୍ଷ ଆଦିବାସୀ ମେଳା ଫେବୃୟାରୀ ୧୫ରୁ ୨୪ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ । ଏହି ମେଳା ଚଳିତବର୍ଷ ୟୁନିଟ-୧ ଆଦିବାସୀ ପଡ଼ିଆରେ ହେବ । ରାଜଧାନୀରେ ଆଦିବାସୀ ହାଟ ଭଳି ପରିବେଶ ସୃଷ୍ଟି କରୁଥିବା ଏହି ପଡ଼ିଆରେ ଗତ ୨୦୧୮ ମସିହା ପରଠୁ ଆଦିବାସୀ ମେଳା ହୋଇନାହିଁ । ୨୦୧୮ ମସିହାରେ ବାର୍ଷିକ ଆଦିବାସୀ ମେଳାର ସ୍ଥାନକୁ ୟୁନିଟ-୧ ସ୍ଥିତ ‘ଆଦିବାସୀ ପଡ଼ିଆ’ରୁ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ଚଳିତବର୍ଷ ‘ଆଦିବାସୀ ପଡ଼ିଆ’ରେ ‘ଆଦିବାସୀ ମେଳା-୨୦୨୩’ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ