ରିପୋର୍ଟ କାର୍ଡ / ବଲାଙ୍ଗିର
ବିଷ ପିଇ ମହିଳା ପୋଲିସ ଏସଆଇ ଗୁରୁତର ହୋଇପଡ଼ିଛନ୍ତି । ଏଭଳି ଘଟଣା ଘଟିଛି ସଇଁତଳା ଥାନାରେ |କାର୍ଯ୍ୟରତ ଏସ. ଆଇ କାଜଲ ବାଗ ଗତ ରାତିରେ ବିଷ ପିଇ ଦେଇଥିବା ଜଣାପଡିଛି । ତେବେ କାଜଲ ବାଗ ପ୍ରେମରେ ପ୍ରତାରିତା ହେବା ପରେ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି | ସୂଚନା ଅନୁସାରେ- ଗତକାଲି ରାତିରେ ସଇଁତଳା ଗୋପବନ୍ଧୁନଗର ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ପିଇ ଦେଇଥିଲେ। ଅନ୍ୟଜଣେ କିଛି ପୋଲିସ କର୍ମଚାରୀ ପହଞ୍ଚି କାଜଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଘଟଣା ପ୍ରଘଟ ହେବା ଭୟରେ କାଜଲଙ୍କୁ ହସ୍ପିଟାଲରୁ ଅନ୍ୟ କେଉଁ ସ୍ଥାନକୁ ନେଇଥିବା ଚର୍ଚ୍ଚା ହେଉଛି ।ଜଣେ ପୋଲିସ ବାବୁଙ୍କ ପ୍ରେମରେ ପଡି, ପ୍ରତାରଣାରୁ ବିଷ ପିଇଥିବା ଚର୍ଚ୍ଚା ହେଉଛି |






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..