ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହିଳା ଓ ସଂଖ୍ୟାଲଘୁମାନଙ୍କ ଅଧିକାରକୁ ସମ୍ମାନ ଦିଆଯିବ। ଆଫଗାନିସ୍ତାନରେ କ୍ଷମତାକୁ ପୁନର୍ବାର ଫେରିବା ସମୟରେ ଏଭଳି ପ୍ରତିଶ୍ରୁତି ଦେଇଥିବା ତାଲିବାନ ଶାସକ ଏବେ ମହିଳାମାନଙ୍କୁ ପଶୁଠାରୁ ବି କଦର୍ଯ୍ୟ ବ୍ୟବହାର ଦେଖାଉଛି। ବିଶ୍ବବିଦ୍ୟାଳୟରୁ ସେମାନଙ୍କୁ ପାଠ ପଢ଼ିବାକୁ ଅନୁମତି ବନ୍ଦ କରିବା ପରେ ଆନ୍ଦୋଳନରତ ମହିଳାମାନେ ଏଭଳି ମନ୍ତବ୍ୟ ତାଲିବାନ ସରକାର ବିରୋଧରେ ଦେଇଛନ୍ତି। ଗତବର୍ଷ କ୍ଷମତାକୁ ଆସିବା ପରେ ତାଲିବାନମାନେ ସେମାନଙ୍କ ନିଜ ବ୍ୟାଖ୍ୟା ଅନୁସାରେ ଇସଲାମ ଆଇନକୁ କାର୍ଯ୍ୟକାରୀ କରୁଛନ୍ତି। ଶିକ୍ଷା ସମେତ ସାଧାରଣ ଜୀବନରୁ ମହିଳାଙ୍କ ଚିହ୍ନକୁ ହଜାଇ ଦେଇଛନ୍ତି।ମୌଳବାଦୀ ତାଲିବାନ ଶାସକ ମଧ୍ୟ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ଝିଅମାନଙ୍କ ପାଠପଢ଼ାକୁ ନିଷିଦ୍ଧ କରିଛନ୍ତି। ସେହିଭଳି ଅନେକ ଚାକିରିରେ ସେମାନଙ୍କୁ ବାରଣ କରାଯାଇଛି। ଏଥିସହିତ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପୋଷାକ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପୁରୁଷ ସଂପର୍କୀୟଙ୍କ ବିନା ମହିଳାମାନଙ୍କ ଯାତ୍ରାକୁ ବି ନିଷିଦ୍ଧ କରାଯାଇଛି। ସେହିଭଳି ପାର୍କ କିମ୍ବା ଜିମ୍ ମଧ୍ୟରେ ମହିଳାମାନଙ୍କ ପ୍ରବେଶ ବାରଣ ହୋଇଛି। ଏଭଳି କଳଙ୍କିତ ନୀତି ବିରୋଧରେ ଅଧିକାର ପାଇଁ ମହିଳାମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଏବଂ ତାଲିବାନ ବିରୋଧରେ ସ୍ବର ଉଠାଇଛନ୍ତି।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..