ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ସରକାରରେ ଆସୁ ଆସୁ ଆକସନ୍ ମୁଡରେ। ଆଫଗାନିସ୍ତାନବାସୀଙ୍କ ସ୍ୱର ଦବାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ବିକ୍ଷୋଭ ଉପରେ ଆରମ୍ଭ କରିଛି ପ୍ରଥମ ନିୟମ। ଏଣିକି ଆଫଗାନିସ୍ତାନରେ ବିକ୍ଷୋଭ ବନ୍ଦ କରାଯାଇଛି। ଏ ନେଇ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଯଦି ବି କେହି ଆନ୍ଦୋଳନ କରିବେ ତେବେ ଅନୁମତି ନେବାକୁ ପଡିବ ବୋଲି ତାଲିବାନ ସରକାର ରହିଛି। କଣ ପାଇଁ ବିକ୍ଷୋଭ କରାଯିବ, କେତେ ଲୋକ ସାମିଲ ହେବେ ଏ ନେଇ ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ କହିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି, ତାଲିବାନ ଆଫଗାନବାସୀଙ୍କ ସ୍ୱର ଦବାଇବା ପାଇଁ ଚେଷ୍ଟା କରିବା ସହ ସେମାନଙ୍କ ଅଧିକାର ଛଡାଇ ନେବା ପାଇଁ ପ୍ରୟାସ କରିଛି। ଗତ କିଛି ଦିନ ଧରି ଆଫଗାନିସ୍ତାନରେ ତାଲିବାନ୍ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ମହିଳାମାନେ। ଯାହାକୁ ନେଇ ଚାରିଆଡୁ ନିନ୍ଦିତ ହେଉଛି ତାଲିବାନ୍






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……