Report Card Odisha

| Daily Odia News

ଆଫଗାନରେ ଭାରତର ପୁଞ୍ଜି ବିନିଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ତାଲିବାନ ମୁଖପାତ୍ର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନକୁ ପୂର୍ଣ୍ଣମାତ୍ରାରେ ଦଖଲ କରିସାରିଛି ତାଲିବାନ | ଏଣିକି ଆଫଗାନରେ ଚାଲିବ ତାଲିବାନୀ ଶାସନ | ଏହା ସହିତ ଆଫଗାନିସ୍ତାନ ନାଗରିକ ଏବଂ ବିଦେଶୀ ନାଗରିକଙ୍କ ଦେଶ ଛାଡୁଥିବା ଦେଖିବାକୁ ମିଳୁଛି । ଏହା ଭିତରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ ଭାରତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି | କହିଛି କି ଆଫଗାନିସ୍ତାନରେ ବିଭିନ ଉନ୍ନତିମୂଳକ କାର୍ଯ୍ୟକୁ ହାତକୁ ନେଇଛି ଭାତର | ଏଥି ପାଇଁ ଭାରତ ପ୍ରାୟ ୩ ବିଲିୟନ ଡଲାର ବିନିଯୋଗ କରିଛି। ଭାରତ ଯେଉଁ ପ୍ରକଳ୍ପରେ କାମ କରୁଥିଲା ତାହାକୁ ସମ୍ପୂର୍ଣ୍ଣ କରିବା ଉଚିତ। ସୁହେଲ ଶାହିନ ପାକିସ୍ତାନର ଗଣମାଧ୍ୟମରେ ଏକ ଆଲୋଚନାରେ ପ୍ରତିକ୍ରିୟା ଦେଇଛନ୍ତି | କହିଛନ୍ତି ଯେ ଆଫଗାନିସ୍ତାନରେ ଭାରତ ଏହାର ପ୍ରକଳ୍ପ ସମାପ୍ତ କରିବା ଉଚିତ। ପାକିସ୍ତାନୀ ନ୍ୟୁଜ୍ ଆଙ୍କର୍ ପ୍ରଶ୍ନ କରିଥିଲେ ଯେ ଆଫଗାନିସ୍ତାନରେ ଭାରତ ବିପୁଳ ପୁଞ୍ଜି ବିନିଯୋଗ କରିଛି, କିନ୍ତୁ ତାଲିବାନକୁ କଦାପି ସ୍ୱୀକୃତି ଦେଇ ନାହିଁ, ତେବେ ଏହି ପରିବର୍ତ୍ତିତ ପରିସ୍ଥିତିରେ କ’ଣ ହେବ? ଏହାର ଜବାବରେ ମୁଖପାତ୍ର କହିଛନ୍ତି ଯେ ଆମେ କୌଣସି ଦେଶକୁ ଆଫଗାନିସ୍ତାନର ଜମିକୁ ଏହାର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ବ୍ୟବହାର କରିବାକୁ ଦେବୁ ନାହିଁ କିମ୍ବା ଅନ୍ୟ କୌଣସି ଦେଶ ବିରୋଧରେ ଛିଡା ହେବୁ ନାହିଁ। ତେବେ ଯେଉଁ ସବୁ ପ୍ରକଳ୍ପ ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା, ତାହାକୁ ସମ୍ପୂର୍ଣ୍ଣ କରିବା ଉଚିତ | କାରଣ ଲୋକଙ୍କ ହିତ ପାଇଁ ଯେଉଁ ଦେଶ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ସେମାନେ ତାହାକୁ ସମ୍ପୂର୍ଣ୍ଣ କରିପାରିବେ |

 

Breaking News