ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ନ୍ୟାସ୍ନାଲ୍ ହେରାଲ୍ଡ୍ ଖବରକାଗଜ କାର୍ଯ୍ୟାଳୟରେ ଚଢ଼ାଉ କରିଛି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ |ଏହି ମାମଲାରେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା ହେବା ପରେ ଇଡି ନ୍ୟାସ୍ନାଲ୍ ହେରାଲ୍ଡ୍ କାର୍ଯ୍ୟାଳୟରେ ଚଢ଼ାଉ କରି ଥିବା ସୂଚନା ମିଳିଛି |ଇଡି ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ଖବରକାଗଜ ମାମଲାରେ ସୋନିଆଙ୍କୁ ୩ ଥର ଜେରା କରି ସାରିଲାଣି। ତୃତୀୟ ଥର ସୋନିଆଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଜେରା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଇଡି ସୋନିଆଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲା। ସୋନିଆଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସୋନିଆଙ୍କୁ ପ୍ରଥମ ପର୍ଯ୍ୟାୟ ଜେରା ସମୟରେ ପୋଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍ ବସାଇଥିଲା। କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଦ୍ବିତୀୟ ଜେରା କାଳରେ ବିରୋଧ ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀଙ୍କୁ ପୁଲିସ୍ ଅଟକ ରଖିଥିଲା। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା କୁ ବି ପୋଲିସ ଧରି ଅଟକ ରଖିଥଲା। ପ୍ରଥମ ଥର ଓ ଦ୍ବିତୀୟ ଥର ଜେରା ବେଳେ ସୋନିଆଙ୍କ ସହ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଯାଇଥିବା ବେଳେ ତୃତୀୟ ଥର ଜେରା ସମୟରେ ମାଆଙ୍କ ସାଥୀରେ ପ୍ରିୟଙ୍କା ନଜର ଆସିଥିଲେ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..