ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଅନେକ ହିଂସାତ୍ମକ ବାତାବରଣ ଦେଖିବାକୁ ମିଳିଥିଛି | ଏହି ଯୋଜନାକୁ ବିରୋଧ କରି ତୁମ୍ବିତୋଫାନ ଜାରି ରହିଥିବା ବେଳେ ଆଜିଠାରୁ ବାୟୁସେନାରେ ଅଗ୍ନିବୀରବାୟୁ ଭର୍ତ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର ଅଧିକାରିକ ୱେବସାଇଟ indianairforce.nic.in ରେ ଦିଆଯାଇଥିବା ବିଜ୍ଞପ୍ତିରେ ଯାଞ୍ଚ କରିପାରିବେ । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୨୪ ଜୁନରୁ ୫ ଜୁଲାଇ ଯାଏଁ ଜାରି ରହିବ । ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଆଶାୟୀ ଯୁବକ agnipathvayu.cdac.in ଏହି ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ୱେବପୋର୍ଟାଲ ସକାଳ ୧୦ଟାରୁ ଖୋଲି ସାରିଲାଣି । ଆଉ ଆଶାୟୀ ଯୁବକ ମାନେ ନିଜର ତଥ୍ୟ ଦେଇ ପ୍ରଥମେ ରେଜିଷ୍ଟ୍ରେସନ କରିବେ ଓ ପରେ ଅନଲାଇନ ଫର୍ମ ଭରିବେ । ଫର୍ମ ଜମା କରିବା ପାଇଁ ୨୫୦ ଟଙ୍କା ଲେଖାଏଁ ଦେବାକୁ ପଡିବ । ଅଗ୍ନିବୀର ବାୟୁ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ସହ ପାସ୍ ହୋଇଥିବା ଆବଶ୍ୟକ କିମ୍ବା ୩ ବର୍ଷୀୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ଏବଂ ୨ ବର୍ଷୀୟ ଭୋକେସନାଲ ପାଠ୍ୟକ୍ରମରେ ପାସ୍ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ । ଆବେଦନ ସମୟରେ ଛାତ୍ରଛାତ୍ରୀଙ୍କ ବୟସ ୧୭.୫ ବର୍ଷରୁ ଅଧିକ ହୋଇଥିବ ଏବଂ ୨୩ ବର୍ଷରୁ କମ ହୋଇଥିବା ଆବଶ୍ୟକ । ତେବେ ଅଧିକ ତଥ୍ୟ ଅଧିକାରୀକ ୱେବସାଇଟକୁ ଯାଇ ପୂରା ତଥ୍ୟ ପାଇପାରିବେ ଛାତ୍ରଛାତ୍ରୀ ।
More Stories
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍,୩୧ ମୃତ, ୫୦ ଆହତ……
ପଳାତକ ମେହୁଲ ଚୋକସିକୁ ଗିରଫ କଲା ପୋଲିସ…..
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..