Report Card Odisha

| Daily Odia News

ରାହୁଲଙ୍କ ଭିଡ଼ିଓ ପୋଷ୍ଟ୍‌ ପରେ ଅଗ୍ନିବୀରଙ୍କ ପରିବାରକୁ ମିଳିଲା ୯୮ ଲକ୍ଷ ଟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାର୍ଯ୍ୟରେଥିବା ବେଳେ ସହିଦ ହୋଇଥିବା ଅଗ୍ନିବୀରଙ୍କ ପରିବାରରୁ ମିଳିଛି ୯୮ ଲକ୍ଷ ଟଙ୍କା। ସହିଦ ଅଜୟ କୁମାରଙ୍କ ପିତା ବର୍ତ୍ତମାନ କ୍ଷତିପୂରଣ ବାବଦରେ ୯୮ ଲକ୍ଷ ଟଙ୍କା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ତ‌ାଙ୍କ ପୁଅ ସହିଦ ହେବା ପରେ କୌଣସି ଅନୁକମ୍ପାମୂଳକ ରାଶି ପାଇନାହାନ୍ତି ବୋଲି କହୁଥିବାର ଏକ ଭିଡିଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ। ସେ ଭାରତୀୟ ସେନା କିମ୍ବା କେନ୍ଦ୍ର ସରକାରଙ୍କ ନିକଟରକୁ କୌଣସି ଅନୁକମ୍ପାମୂଳକ ରାଶି ପାଇନାହାନ୍ତି ବୋଲି ପ୍ରକାଶ କରିଥିଲେ। ବୁଧବାର ଦିନ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅଜୟ କୁମାରଙ୍କ ପରିବାରକୁ ଦିଆଯାଇଥିବା ୯୮ ଲକ୍ଷ ଟଙ୍କା କ୍ଷତିପୂରଣ ବିଷୟରେ ମିଥ୍ୟା କହିଥିବା ଅଭିଯୋଗ ଆଣିଥିଲେ। ଏହି ଭିଡିଓରେ ରାହୁଲ ଗାନ୍ଧୀ ଅଜୟ କୁମାରଙ୍କ ପରିବାରକୁ ଭେଟିଥିବା ଦର୍ଶାଯାଇଥିଲା। ସେମାନେ କେନ୍ଦ୍ର ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ପାଇ ନାହାଁନ୍ତି ବୋଲି ସହିଦଙ୍କ ବାପା କହୁଥିଲେ। ରାହୁଲଙ୍କ ସେହି ଭିଡିଓ ପୋଷ୍ଟ୍‌ ପାଇଁ ଏବେ ତାଙ୍କୁ ୯୮ ଲକ୍ଷ ଟଙ୍କା ମିଳିଛି ବୋଲି ଅଜୟ କୁମାରଙ୍କ ବାପା ସ୍ବୀକାର କରିଛନ୍ତି। ସେ ବୀମା ବାବଦରେ ୫୦ ଲକ୍ଷ ଟଙ୍କା ଓ ସେନାଠାରୁ ୪୮ ଲକ୍ଷ ଟଙ୍କା ପାଇଥିବା ଉଲ୍ଲେଖ କରିଛନ୍ତି। ତେବେ ଆହୁରି ବି ଟଙ୍କା ବାକି ରହିଛି। ତାହାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ଅଗ୍ନିବୀର ନିୟମାମଳୀ ଅନୁଯାୟୀ ସହିଦଙ୍କ ପରିବାରକୁ ମୋଟ୍‌ ୧.୬୫ କୋଟି ମିଳିବା କଥା।

Breaking News