ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକ ସମୟରେ ଶୁଣିବାକୁ ଦେଖିବାକୁ ମିଳେ କି ଡିଜେ ସହ ଯୌତୁକକୁ ନେଇ ବରଯାତ୍ରୀ ଓ କନ୍ୟା ଘର ମଧ୍ୟରେ ଝଗଡା ହୋଇଥାଏ | କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଏଠାରେ ଏକ ବିବାହ ସମାରୋହରେ ରସଗୋଲା ଖାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା। ରବିବାର ବିଳମ୍ବିତ ରାତିରେ ଆଗ୍ରାର ସମଶାବାଦ ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ରସଗୋଲାକୁ ନେଇ ଦୁଇ ଦଳ ମଧ୍ୟରେ ସଂଘର୍ଷ ଘଟିଥିବା ପୋଲିସ କହିଛି। ଯେଉଁଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ସମଶାବାଦର ନୟାବନ୍ସ ରୋଡରେ ଥିବା ସନ୍ତୋଷୀ ମାତା ମନ୍ଦିର ନିକଟରେ ଏକ ବିବାହ ଭୋଜି ଚାଲିଥିଲା, ଯେଉଁଥିରେ ରସଗୋଲା ଖାଇବାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିବାହ ଭୋଜି ଚାଲିଥିବାବେଳେ ବରପକ୍ଷର ଜଣେ ବ୍ୟକ୍ତି ରସଗୋଲା ଆଉ ନାହିଁ ବୋଲି କହି କଟାକ୍ଷ କରିଥିଲେ | ଏହାକୁ ନେଇ କନ୍ୟାପକ୍ଷର କିଛି ଲୋକ ବିରୋଧ କରିଥିଲେ | ଏହାପରେ ବିବାଦ ବଢ଼ିବାରେ ଲାଗିଥିଲା | ବରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ ରସଗୋଲା ଖାଇବାକୁ ନେଇ ଝଗଡା ହୋଇଥିଲା |






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……