ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଗତ ମେ’ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପର୍ଯ୍ୟଟକଙ୍କ ଲାଗି ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୋଲିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବା ଆଶଙ୍କା ରହିଛି ବୋଲି ପ୍ରାଣୀ ଉଦ୍ୟାନଉ ପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର କହିଛନ୍ତି | ପ୍ରାୟ ତିନିମାସ ହେବ ବନ୍ଦ ରହିଥିଲା,ଏଥିପାଇଁ ପ୍ରାଣୀ ଉଦ୍ୟାନକୁ ବିଶୋଧନ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାବ୍ୟତୀତ ବନ୍ଦ ଥିବା ଶିଶୁ ରେଳଗାଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ସରକାରଙ୍କ ଅନୁମତି ଆସିଲେ ନନ୍ଦନକାନନ ଖୋଲାଯିବ। ପର୍ଯ୍ୟଟକଙ୍କ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିସହ ପ୍ରାଣୀ ଉଦ୍ୟାନ ପରିସରରେ ନିର୍ଦ୍ଧିଷ୍ଟ କର୍ମଚାରୀ ନିୟୋଜିତ ରଖି ତଦାରଖ କରାଯିବ। ତେବେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବାବେଳେ ଅଧିକାରୀଙ୍କ ସହ ଆଲୋଚନା ହେଉଛି |






More Stories
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..
ମାନସ ମଙ୍ଗରାଜଙ୍କୁ ବଡ଼ ଦାୟିତ୍ୱ…..