ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଖୋଲିପାରେ ନନ୍ଦନକାନନ | ଏନେଇ କର୍ତ୍ତୃପକ୍ଷରୁ ସଂକେତ ମିଳିଛି। କରୋନାର ଦିତୀୟ ଲହର ସଂକ୍ରମଣ ବଢିବା ପରେ ଚଳିତ ବର୍ଷ ଅପ୍ରେଲ ମାସ ୩୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯାଇଥିଲା । ଏବେ ଓଡିଶାର କେତେକ ସ୍ଥାନ ସହିତ ବିଭିନ୍ନ ରାଜ୍ୟମାନଙ୍କରେ କୋଭିଡ୍ କଟକଣା କୋହଳ ହୋଇଛି । ଏଥିପାଇଁ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟର ଚିଡିଡିଆଖାନା ଖୋଲିଯାଇଛି । କଟକ ଭୁବନେଶ୍ବରରେ ଏବେ କରୋନା ସଂକ୍ରମଣ କମି ନଥିବାରୁ ନନ୍ଦନକାନନ ଖୋଲିବା ସମ୍ଭବ ହୋଇନାହିଁ । ତେବେ ଶନିବାର ଅଗଷ୍ଟ ମାସ ପାଇଁ କୋଭିଡ୍ ନିୟମ ଘୋଷଣା ହେବା ପରେ ନନ୍ଦନକାନନ ଖୋଲିବା ନେଇ ସରକାର ଉଚ୍ଚସ୍ତରୀୟ ବୈଠକ କରି ନିଷ୍ପତ୍ତି ନେବାର ଅଛି । ଅଗଷ୍ଟ ମାସରେ ନନ୍ଦନକାନନ ଖୋଲାଯିବା ପାଇଁ ସରକାରଙ୍କ ସବୁଜ ସଂକେତ ମିଳିଲେ ନନ୍ଦନକାନନ କର୍ତ୍ତୃପକ୍ଷ ନନ୍ଦନକାନନ ଖୋଲିବା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..