ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଖୋଲିଛି ଭୁବନେଶ୍ୱର ଏମ୍ସ ର ଓପିଡି | କରୋନାର ଦ୍ୱିତୀୟ ଲହର ପ୍ରଭାବ ଦେଖି ଓପିଡି କୁ ବନ୍ଦ ରଖାଯାଇଥିଲା | ସଂକ୍ରମଣରେ ସୁଦ୍ଧାର ଆସିବା ପର ଆଜିଠାରୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ବର୍ହିବିଭାଗ ଖୋଲିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବହିର୍ବିଭାଗରେ ଦୈନିକ ୪୦ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତାଲାବନ୍ଦ ଖୋଲିବାର ପରବର୍ତ୍ତୀ ସମୟରେ ସ୍ଥିତି ଉପରେ ସମୀକ୍ଷା କରାଯାଇ ବହି ର୍ବିଭାଗ ଧୀରେ ଧୀରେ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏମ୍ସ ପକ୍ଷରୁ କୁହାଯାଇଛି ଯେ, ଡାକ୍ତର, ରୋଗୀ, ସମ୍ପର୍କୀୟ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏପ୍ରିଲ ୨୬ ତାରିଖରୁ ଅସ୍ଥାୟୀ ଭାବେ ଓପିଡିକୁ ବନ୍ଦ ରଖାଯାଇଥିଲା।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..
ଝିଅକୁ ମିଳିବ ଚାକିରି:କ୍ୟାବିନେଟ ନିଷ୍ପତ୍ତି….