Report Card Odisha

| Daily Odia News

ଏମ୍‌ସରେ ୨୫୦ ଡାକ୍ତର-ହସ୍ପିଟାଲ୍‌ କର୍ମଚାରୀ କୋଭିଡ୍‌ ପଜିଟିଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଏମ୍‌ସରେ ୨୫୦ ଡାକ୍ତର ଏବଂ ହସ୍ପିଟାଲ୍‌ କର୍ମଚାରୀ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋମବାରଠୁ ଓପିଡି ବନ୍ଦ ରହିବା ନେଇ ସୂଚନା ମିଳିଛି। ମେଡିକାଲ ସୁପରିଟେଣ୍ଡେଟ୍‌ ପ୍ରଫେସର ଡାକ୍ତର ସଚିଦାନନ୍ଦ ମହାନ୍ତି ୨୫୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ପଜିଟିଭ୍‌ ନେଇ ସୂଚନା ଦେଇଛନ୍ତି। ଏଥିସହ ସେ ଆଗକୁ କିଛି ସର୍ଜରୀ ବିଭାଗକୁ ବନ୍ଦ କରିଦେବା ସହ ହସ୍ପିଟାଲ୍‌ରେ କୋଭିଡ୍‌ ନିୟମ କଡାକଡି ପାଳନ କରାଯିବା ନେଇ କହିଛନ୍ତି। ନିହାତି ଜରୁରୀ ନଥିବା ରୋଗୀଙ୍କୁ ହସ୍ପିଟାଲ୍‌ ଆସିବାକୁ ବାରଣ କରାଯାଇଛି। ଗୁରୁତରଙ୍କୁ ହସ୍ପିଟାଲ୍‌ ମୁଖ୍ୟ ଦ୍ୱାରରେ କୋଭିଡ୍‌ ଟିକାକରଣର ସାର୍ଟିଫିକେଟ୍‌ ଦେଖାଇ ପ୍ରବେଶ କରିବାକୁ କୁହାଯାଇଛି। ଡାକ୍ତର ମହାନ୍ତି କହିଛନ୍ତି, ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ କୋଭିଡ୍‌ ହେବା ପରେ ଆମେ ଓପିଟି ସେବାକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ବାଧ୍ୟ ହେଉଛୁ। ଏଥିସହ ଜରୁରୀ ସର୍ଜରୀ ପାଇଁ ଥିବା ରୋଗୀଙ୍କୁ କରୋନା ନିୟମ ମାନି ତାଙ୍କର ଅପରେସନ୍‌ କରାଯିବ। ଏଥିସହ ସେ କହିଛନ୍ତି କୋଭିଡ୍‌ ପାଇଁ କେବେବି ରୋଗୀ ସେବା ଅବହେଳା ହେବ ନାହିଁ। ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରି ଜରୁରୀ ଥିଲେ ହସ୍ପିଟାଲ୍‌କୁ ଆସନ୍ତୁ।

Breaking News