ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଦ୍ବିତୀୟ ଡୁଆଲ ଏନର୍ଜି ଲିନିଅର ଆକ୍ସିଲିରେଟର ମେସିନ ଲଗାଯିବ | ଏମ୍ସର ରେଡିଏସନ ଅଙ୍କୋଲୋଜି ବିଭାଗରେ ଏହି ମେସିନ ସ୍ଥାପନ କରାଯିବ। ଏହି ଅତ୍ୟାଧୁନିକ ଲିନାକ୍ ମେସିନ ସ୍ଥାପନ ହେବା ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆସନ୍ତା ୨୦୨୩ ଜାନୁଆରୀ ସୁଦ୍ଧା ଏହାର କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି । ଏହାପରେ ମୁମ୍ବଇ ଆଟୋମିକ ଏନର୍ଜି ରେଗୁଲେଟୋରୀ ବୋର୍ଡର ଅନୁମୋଦନ ପରେ ଚିକିତ୍ସା ଆରମ୍ଭ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ମେସିନ ସ୍ଥାପନ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଅନ୍ୟ ଏକ ଲିନାକ ମେସିନ ରହିଛି, ତାହା ଅପେକ୍ଷା ଏହା ଅତ୍ୟାଧୁନିକ ରହିବ। ଯେଉଁଥିରେ ଏସବିଆରଟି, ଏସଆରଏସ, ଏସଆରଟି, ଆଇଏମଆରଟି, ଆଇଜିଆରଟି ଭଳି ଆଡାପ୍ଟିଭ୍ ରେଡିଓଥେରାପି ଆଦି ସଂଲଗ୍ନ ରହିବ। ଏହାଫଳରେ ରୋଗୀଙ୍କୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବନି ଏବଂ ଗୁଣାତ୍ମକ ଚିିକିତ୍ସା ସେବା ଯୋଗାଇ ଦେଇହେବ।






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..