ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟିସ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କ ମୁକୁଟରେ ଲାଗିଥିବା କୋହିନୁର ହୀରାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି କୋହିନୁର ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଫେରାଇ ଆଣିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନକରିଛି । ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରାଜା ରଣଜିତ ସିଂହ ଦାନ କରିଥିବା କୋହିନୁର ହୀରା ଭାରତକୁ ଫେରାଇ ଅଣାଯାଉ। ମହାରାଜା ରଣଜିତ ସିଂହ ପୁରୀର କୌଳିକ ପଣ୍ଡାଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ କୋହିନୁର ହୀରା ଦାନ କରିବା ପାଇଁ ସଂକଳ୍ପ କରିଥିଲେ। ଏହି ହୀରା ଶ୍ରୀଜଗନ୍ନାଥଙ୍କୁ ଦାନ କରାଯାଇଥିବାରୁ ଏହା ମହାପ୍ରଭୁଙ୍କ ସମ୍ପତ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପ୍ରାର୍ଥନା ସହ ଆଗାମୀ ଦିନରେ ଏଥି ପାଇଁ ହଲାଣ୍ଡସ୍ଥିତ ଅନ୍ତର୍ଜାତୀୟ କୋର୍ଟରେ ଆଶ୍ରୟ ନିଆଯିବ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ବ୍ରିଟିସ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କ ମୁକୁଟରେ ଶୋଭା ପାଉଥିବା କୋହିନୁର ହୀରାକୁ ନେଇ ବିବାଦ ଆରମ୍ଭ ହୋଇଛି।






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..