ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ରେଳ ଷ୍ଟେସନରେ ଜଣେ AERO space ଇଂଜିନିରିୟରିଂ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି | ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଯବାନଙ୍କ ଝିଅ ସ୍ୱିଟି ରୟ ୨୦ ବର୍ଷ ବୟସ୍କା ଗତକାଲି ଜନ ଶତାବ୍ଦୀ ଟ୍ରେନରେ ହାୱଡାରୁ ଭୁବନେଶ୍ବର ଆସିବା ପରେ ମିଳୁନି ପତ୍ତା ।ଭୁବନେଶ୍ୱର କୋଳଥିଆ ଛକ ନିକଟରେ ଥିବା ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ଗତକାଲି ରାତି ୮.୨୫ରେ ୬ ନମ୍ବର ପ୍ଲାଟଫର୍ମରେ ପହଁଞ୍ଚିବା ପରଠୁ ତାଙ୍କର ଫୋନ ବନ୍ଦ ଅଛି । ଏପର୍ଯ୍ୟନ୍ତ ସ୍ୱିଟିଙ୍କର କୌଣସି ଖୋଜ ଖବର ମିଳିନି ପାଇନାହିଁ । ଏ ନେଇ ରେଳବାଇ ଥାନାରେ ଏତଲା ଦେଇଛନ୍ତି ସମ୍ପର୍କୀୟ । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଁଚୁଥିବା ନେଇ ସୂଚନା ମିଳିଛି । ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ମଧ୍ୟ ସନ୍ଦେଶ ସୃଷ୍ଟି କରୁଛି |






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..